ବିଜେତା ଆଉ ବାଜିଗର

କେବେ ବିନା କାରଣ ରେ ଖୁସି ହୋଇଛନ୍ତି
କେବେ ବିନା ଲୁହରେ କାନ୍ଦିଛନ୍ତି
କେବେ ନିଜ ଅସହାୟତାକୁ ଉପଭୋଗ କରିଛନ୍ତି
ଜୀବନରେ ଅନେକ ପ୍ରଶ୍ନର ଉତ୍ତର ଖୋଜିବା ନିରର୍ଥକ
…………………………………………
ସମୟର ପଥରେ ଆମେ ସହଚାରୀ
କେବେ ଅବାଟୁଆ ଆଉ କେବେ ଦିଶାହରା
ବାଟରେ ଚାଲୁ ଚାଲୁ କେବେ କେବେ ପୁଣି
ନୂତନ ପଥର ସନ୍ଧାନ ଓ କେବେ ଏକ ବିବର୍ତ୍ତନ
…………………………………….
କେବେ ଭଲପାଇଛନ୍ତି ପ୍ରକୃତିକୁ
ଯଦି ହଁ ତେବେ ଅନୁଭବ କରିଛନ୍ତି
ତାର ଘୁମୁରି ଘୁମୁରି କାନ୍ଦଣା !!
ଅନେକ ପ୍ରଶ୍ନର ବାଣ ଆଉ ଦ୍ଵନ୍ଦର ପରିସୀମା ବାହାରେ
…………………………………………
ପିଲାଦିନ ବୋହୁଚୋରି ଖେଳ
ରଜ ଦୋଳି ଆଉ ପୋଡପିଠା
ଗାଁ ଦାଣ୍ଡ ଆଉ ଚାଟଶାଳୀ ମୁଠି ଚାଉଳ
ବର୍ଣବୋଧ ବହି; ଆଜି ଅତୀତର ପାଖୁଡା ଭଳି
………………………………….
ଫେସବୁକରେ ସେଲଫି ରୁ ଇନଷ୍ଟାର ହାର୍ଷ ଟାଗ ଯାଏଁ
ନିଜ ବାଜା ନିଜେ ବଜେଇବାର ପ୍ରତିଯୋଗୀତା
କେବେ ହାର କେବେ ପୁଣି ଜିତିବାର ଖୁସି
ସତେ ଯେମିତି ପ୍ରଥମ ପ୍ରେମର ହାତ ଲେଖା ପ୍ରେମ ନିବେଦନ
ଲାଜକୁଳି ପ୍ରେମିକାର ଲକ୍ଷେ ଟଙ୍କିଆ ପ୍ରଥମ ହସରେ ଅଭିବାଦନ
…………………………………………………
IMG_2938
………………………………………………….
କବିତାର ଦୁଇ ଧାଡିରେ ନିଜକୁ ଦେଖିବାର ଖୁସି
ଆଇନା ସାମନାରେ ଭିନ୍ନ ଏକ ପ୍ରତିବିମ୍ବର କାମନାରତ
ନାଉରିଆର କାତରେ କବିତାର ପ୍ରଥମ ଧାଡି ଖୋଜୁଥିବା କବି
ସବୁ ଭାବନାର ବଶିତ । ଆତ୍ମ ଅନୁଶୀଳନତାରୁ ଉପନ୍ୟାସ
………………………………………………
ପୁଣି ସେଇ ପ୍ରଶ୍ନ !
ଟିକେ ଭିନ୍ନତା ସହ,
କେବେ ଅନ୍ୟର ଖୁସି ରେ ଖୁସି ହୋଇଛନ୍ତି
କେବେ ଆଉ କାହା ଲୁହକୁ ନିଜର କରିଛନ୍ତି
କେବେ ଅସହାୟତାରୁ ନୂତନ ଅଶାର ଆଲୋକକୁ ଦେଖିଛନ୍ତି
ଯଦି ହଁ, ଅଭିନନ୍ଦନ !
ପରାଜୟ ର ଶୃଙ୍ଖଳ ଛିନ୍ନ କରି,
ସମୟକୁ ପଛରେ ପକାଇ
ଆପଣ,
ଜୀବନ ଯୁଦ୍ଧରେ ବିଜେତା ଆଉ ବାଜିଗର ।
………………………………..
Happily…
16d622812e8397872247ecca9cf51dd5
Advertisements

Leave a Reply

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s