ଚିଠି ର ଚିଠି

ସାଇକେଲର ଘଂଟି ବାଜିଲା ବେଳକୁ ଖୁସି କହିଲେ ନ ସରେ
ମାଟିଆ ରଂଗର ଖାକି ପୋଷାକ ପିନ୍ଧା ମଉସାର ସାଇକେଲର କେଁକଟର ଶଦ୍ଦ
ରାୟ ବାବୁ, ଚିଠି ଆସିଛି
ବାସ୍ ସେତିକି । ସେ ଖୁସିର ପରିଭାଷା ନିର୍ଣ୍ଣୟ କରିବାର ସତ ସାହାସ ବୋଧେ ଆଜି ନାହିଁ

କଂଟ୍ରୋଲ ଏ କଂଟ୍ରୋଲ ଭି ଆଉ କଂଟ୍ରୋଲ ଜେଡର ପରିଧିରୁ ବହୁତ ଉଦ୍ଧ୍ୱର୍ରେ ଚିଠିର ପରିଭାଷା
କେତେ କେତେ ଅଧା ଲେଖା କାଗଜର ଟୁକୁଡା, ପରେ ଡଙ୍ଗା ହୋଇ ଓଳି ତଳ ପାଣିରେ ବହି ଯାଇଛି

କେବେ ଭାବିଛ ପୁଅର ପ୍ରଥମ ଚାକିରୀର ମନିଅର୍ଡରରେ ଆସିଥିବା ଟଙ୍କା
ତାକୁ ହାତରେ ଧରି ଗାଁ ଦାଣ୍ଡରେ ଛାତି ଫୁଲେଇ ଚାଲୁଥିବା ତା ମଳିମୁଣ୍ଡିଆ ବାପା
କେବେ ମନେ ପକେଇଛ, ଦୂର ଗାଁଆରୁ ଭଉଣୀର ରାକ୍ଷୀ,
ତା ସହ ପ୍ରଥମ କରି ମାମୁଁ ବୋଲାଇବାର ସୁଖବର
କେବେ ଚିନ୍ତା କରିଛ ପ୍ରଥମ କରି ବାପା ହେବା ପରେ,
ଡାକ ବାଲା ହାତରେ ଗୁଞ୍ଜି ଦେଇଥିବା ଖୁସିର ସନ୍ତକ

କି ଖୁସି, ସତେ ଯେମିତି ଚିଠି ତ ନୂହେଁ, ଖୁସିର ସୈାଦାଗର ।

IMG-20160620-WA0040

ନୁଆ କରି କଲେଜରେ ପାଦ ଥାପିଥିବା ରୋମିଓର ହାଥ ଥରା ପ୍ରେମ ପତ୍ର
ବନ୍ଧୁକର କଠୋରତାରେ ଖୁସି ସାଉଂଟୁଥିବା ସେଇ ଯବାନ ପାଇଁ ଦୂର ଦେଶରୁ ସନେ୍ଦଶ
ପ୍ରଥମ ଚାକିରୀର ପ୍ରଥମ ନିଦେ୍ର୍ଦଶନାମା
କି ଦେଇପାରିବ ଜିମେଲର ଇନବକ୍ସରେ ଆସିଥିବା ନୂଆ ମେଲ
ଅବା ହ୍ୱାଟସଆପ୍ର ଫାଳିକିଆ ଜିଭ ଦେଖେଇଥିବା ସ୍ମାଇଲି

ଏଠି ଇତିହାସ ସୃଷ୍ଟି କରିଛିି ଚିଠି
ନେହେରୁଙ୍କ ପାଖରୁ ଇନ୍ଦିରାଙ୍କ ପାଇଁ ରାଜନୀତି ଗୁରୁମନ୍ତ୍ର ବହନ କରୁଥିବା ଚିଠି ହେଉ
ବା ବିରହ ବେଦନାରେ ପତ୍ନୀ ହେମଲତାଙ୍କ ପାଖକୁ କବି ମାୟାଧର ମାନସିଂ ଲେଖିଥିବା
ରୋମାଂଚକର ଓ ପ୍ରିତୀ ପ୍ରଣୟର ମୁକସାକ୍ଷୀ ହେମପତ୍ର

ମନେ ଅଛି ପୋଷ୍ଟକାର୍ଡର ସେଇ ଓଦାଳିଆ ବାସନା
ଆଉ ସେଇ ନୀଳ ରଙ୍ଗିଆ ଇନଲାଣ୍ଡ ଲେଟର
ମନେ ଅଛି !!!!!!

ଯଦି ନାଁ, କରିଦିଅ ମୋର ଅନ୍ତିମ ସଂସ୍କାର
ଦେଇ ଦିଅ ମତେ ମେଲାଣି

ଆଉ ଯଦି ହଁ, ରହୁଛି ।
ଚିଠି ପାଇ ଚିଠି ଦବ

ଇତି
ତୁମର ଚିଠି

Untitled

Happily…

16d622812e8397872247ecca9cf51dd5

Advertisements

Leave a Reply

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s